ନୂଆଦିଲ୍ଲୀ : ମଣିପୁର ଘଟଣା ସମଗ୍ର ଦେଶକୁ ବିଚଳିତ କରିଛି । ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଗତକାଲି ୪ ଜଣଙ୍କୁ ଗିରଫ କରାଯାଇ ପୋଲିସ ହେପାଜତକୁ ପଠାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷୀୟ ୟୁମଲେମ୍ବାମ୍ ନୁଙ୍ଗସିଥୋଇ ମେତେଇ। ଏହି ମାମଲାରେ ପୋଲିସ ଏପର୍ୟ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି । ଗୁରୁବାର ସକାଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ହୁରେମ୍ ହେରୋଦାସ ସିଂହଙ୍କୁ ପୋଲିସ ଗିରଫ କରିଥିଲା। ତା’ ପରେ ଆଖପାଖଷର ରହୁଥିବା ଲୋକେ ଏହା ଜାଣିବା ପରେ ତାର ଘର ପୋଡ଼ି ଦେଇଥିଲେ । ଶୁକ୍ରବାର ସୁଦ୍ଧା ପୋଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।
Views: 83