ନୂଆଦିଲ୍ଲୀ : ଭାଇରାଲ ଭିଡିଓକୁ ନେଇ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ । ଘଟଣାକୁ ନେଇ ପୁଲିସ ତୁରନ୍ତ ପଦକ୍ଷେପ ନେଇଛି । ତଦନ୍ତ ଚାଲିଛି , ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ନେଇ ବିଚାର ହେଉ ।

ଖବର ମୁତାବକ, ଘଟଣା ଗତ ମଇ ୪ ତାରିଖରେ ଘଟିଥିଲା ବୋଲି ପୋଲିସ କହିଛି । ଘଟଣା ଘଟିବାର ୨ ସପ୍ତାହ ପରେ ମହିଳା ଦୁଇଜଣ ଥାନାରେ ଆସି ଅଭିଯୋଗ କରିଛନ୍ତି । ଏଭଳି ଖବର ଜଣାପଡିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂ ମାମଲାକୁ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି । ଭିଡିଓରେ ଦୁଇ ଜଣ ମହିଳାଙ୍କୁ ନଗ୍ନ ଅବସ୍ଥାରେ ଅନେକ ପୁରୁଷଙ୍କ ମଝିରେ ଚାଲୁଥିବାର ଦେଖିବାକୁ ମିଳିଛି । ସଂଘବଦ୍ଧ ଲୋକମାନେ ମହିଳା ମାନଙ୍କୁ ନିବସ୍ତ୍ର କରିବା ସହିତ ସେମାନଙ୍କୁ ଗଣଷ୍ଦୁଷ୍କର୍ମ କରିଛନ୍ତି ।
Views: 70