ନୂଆଦିଲ୍ଲୀ : ମଞ୍ଚରେ ଖସି ପଡ଼ିଲେ ଆମେରିକା ରାଷ୍ଟ୍ରପତି । ଗୋଡ଼ ଖସି ଯିବାରୁ ପଡ଼ିଲେ ଜୋ ବାଇଡେନ୍ । ଆମେରିକା କଲରାଡୋରେ ବାୟୁସେନା ଏକାଡେମୀର ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ଚାଲିବା ବେଳେ ଅଚାନକ ଷ୍ଟେଜ୍ ଉପରେ ଗୋଡ଼ ଖସି ଯାଇଥିଲା । ପଡ଼ିଯାଇଥିଲେ ବାଇଡେନ । ପାଖରେ ଥିବା ସୁରକ୍ଷା ଗାର୍ଡ ତାଙ୍କୁ ଉଠାଇଥିଲେ ।
ଏହାପରେ ନିଜ ସିଟକୁ ଯାଇଥିଲେ ଆମେରିକା ରାଷ୍ଟ୍ରପତି । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ପଡ଼ିବା ପରେ ଉଠି ନିଜେ ଚାଲି ଯାଉଛନ୍ତି ବାଇଡେନ୍ । ତାଙ୍କର କୌଣସି କ୍ଷତି ହୋଇନି । ରାଷ୍ଟ୍ରପତି ଠିକ୍ ଥିବା ହ୍ଵାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।
Views: 88











