କେନ୍ଦ୍ରାପଡା ; ରାଜନଗରରେ ମଝି ସମୁଦ୍ରରେ ବନ ବିଭାଗ ଟିମକୁ ଘେରିଲେ ଟ୍ରଲର ମାଫିଆ । ବନ୍ଧୁକ ଦେଖାଇ ଆକ୍ରମଣ ଉଦ୍ୟମ । ବନ ବିଭାଗ କର୍ମଚାରୀ ଏବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଛନ୍ତି । ଫରେଷ୍ଟର ମଦନ ହାଁସଦାଙ୍କ ନେତୃତ୍ୱରେ ବଜରଙ୍ଗବାଲୀ ଟ୍ରଲରରେ ବନ ବିଭାଗ କର୍ମଚାରୀ ଗହୀରମଥାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଟ୍ରଲର ମାଫିଆମାନେ ବନ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏକାସାଙ୍ଗରେ ୧୭ଟି ଟ୍ରଲର ପାଟ୍ରୋଲିଂ ଟିମକୁ ଘେରି ଯାଇଥିଲେ । ଡିଏଫଓ ଏବଂ ଏସପିଙ୍କୁ ଏସଂପର୍କରେ ଜଣାଇବା ପରେ ଫାଙ୍କା ଗୁଳି ଚାଳନା କରିବାକୁ ଅନୁମତି ମିଳିଥିଲା । ଏହା ପରେ ଅନ୍ୟ ପେଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ଯିବାରୁ ବନ କର୍ମଚାରୀମାନେ ବର୍ତିଯାଇଥିଲେ ।
Views: 85











