ମୁମ୍ବାଇ : ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଲାଗିଲା ନିଆଁ । ବସଟି ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି । ମୁମ୍ବାଇର ଡଲଫିନ କମ୍ପାନୀ ବସରେ ନିଆଁ ଲାଗିଯାଇଥିଲା । ବସ୍ଟି ୪୦ ଜଣ ହଜ ଯାତ୍ରୀଙ୍କୁ ନେଇ ମହାରାଷ୍ଟ୍ର ସତାରାରୁ ଯାଉଥିଲା । ଖବର ମୁତାବକ, ଆଜି ଭୋର ୩ଟାରେ ବସ୍ଟି ତସ୍ୱାଡେ ଟୋଲ ବୁଥରେ ରହିଥିବା ବେଳେ ନିଆଁ ଲାଗିଯାଇଥିଲା । ଫଳରେ ଯାତ୍ରୀମାନେ ବିକଳ ହୋଇ ଓହ୍ଲାଇ ପଡିଥିଲେ । ବସରେ ନିଆଁ ଦେଖି ଡ୍ରାଇଭର ଆଲର୍ଟ ହୋଇଯାଇଥିଲା । ଫଳରେ ଲୋକଙ୍କ ଜୀବନ ବଞ୍ଚିଯାଇପାରିଥିଲା ।ମହାରାଷ୍ଟ୍ରର ସତାରାରୁ ୪୦ ଜଣ ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସର ଇଲେକ୍ଟ୍ରି ବିୟରିଂରେ ସର୍ଟ ସର୍କିଟ ହେବା ଯୋଗୁଁ ବସ୍ଟି ତସ୍ୱାଡେ ଟୋଲ ବୁଥରେ ଜଳିଯାଇଥିଲା । ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି ।
ତେବେ ନିଆଁ ଲାଗିବା ପରେ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ବସଟି ଜଳିପୋଡି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବା ଘଟଣାରେ ଲୋକ ଆହତ ହୋଇନାହାନ୍ତି ।
ମଝି ରାସ୍ତାରେ ଜଳିଲା ହଜ ଯାତ୍ରୀ ବସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











