କୃଷ୍ଣପ୍ରସାଦ : ପୁଣି ମଝି ଚିଲିକାରେ ଫସିଲା ଆଉ ଏକ ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି କାରଣରୁ ପ୍ରାୟ ୩୦ ମିନିଟ ହେବ ଫସି ରହିଛି । ଡଙ୍ଗାରେ ୩୦ଟି ବାଇକ ସହ ୫୦ ଜଣ ଯାତ୍ରୀ ରହିଥିବା ସୂଚନା । ୧୦ବାଇକ ସମେତ ୩୦ଯାତ୍ରୀଙ୍କୁ ନେଇ ଡଙ୍ଗାଟି ସକାଳ ୭ଟାରୁ ସାତପଡା ରୁ ଜହ୍ନିକୁଦା ଆଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମହିଁସା କୁଦ ନିକଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ମେସିନି ସ୍ଲାବ ଫାଟି ଯିବାରୁ ଚିଲିକା ମଝିରେ ଥିବା ମହିଁସା କୁଦରେ ଡଙ୍ଗାରେ ଫସି ରହିଛନ୍ତି ଯାତ୍ରୀ ।
Views: 42











