ନୂଆଦିଲ୍ଲୀ : ମଝି ଆକାଶରେ ଦୋହଲିଲା ବିମାନ। ଆହତ ହେଲେ ଯାତ୍ରୀ । ଦିଲ୍ଲୀରୁ ସିଡନୀ ଯାଉଥିବା ଏୟାର ଇଣ୍ଡିଆର ବିମାନରେ ଏଭଳି ଘଟଣା ଘଟିଛି । ଖବର ମୁତାବକ, ବିମାନଟି ମଝି ଆକାଶରେ ଦୋହଲିବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ। ଯାତ୍ରୀମାନେ ସିଡନୀରେ ପହଞ୍ଚିବା ପରେ ଚିକିତ୍ସିତ ହୋଇଥିଲେ ବୋଲି ଡିଜିସିଏ କହିଛି । ତେବେ କୌଣସି ଯାତ୍ରୀ ହସପିଟାଲରେ ଭର୍ତ୍ତି ହୋଇନାହାନ୍ତି । ଖବର ମୁତାବକ, ମେ ୧୬ ତାରିଖରେ ଏୟାର ଇଣ୍ଡିଆ ବିମାନ ଏଆଇ ୩୦୨ ଦିଲ୍ଲୀରୁ ସିଡନୀକୁ ଉଡ଼ାଣ ଭରିଥିଲା। ଉଡ଼ାଣ ସମୟରେ କୌଣସି ସମସ୍ୟା ହୋଇନଥିବା ବେଳେ ମଝି ଆକାଶରେ ବିମାନ ହଠାତ୍ ଦୋହଲିବାକୁ ଲାଗିଥିଲା। ମଝି ଆକାଶରେ ଏଭଳି ହେବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ।
Views: 79