The Ultimate Managed Hosting Platform
ADVERTISEMENT

ଭୟଙ୍କର ସଡକ ଦୁର୍ଘଟଣା, ଟ୍ୟାକ୍ସି ଓ ଟ୍ରକ ଧକ୍କାରେ ୨୨ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଜିମ୍ବାୱେରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରକ ଏବଂ ମିନିବସ୍ ପରସ୍ପର ସହିତ ଧକ୍କା ହେବା ଯୋଗୁଁ ଫଳରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି । ତେବେ ଜିମ୍ବାୱେରେ ସଡ଼କ ଦୁର୍ଘଟଣା ସାଧାରଣ ହୋଇଯାଇଛି । ଏଠିକାର ଲୋକ ଜିନିଷ କିଣିବା ପାଇଁ ଦକ୍ଷିଣ ଆଫ୍ରିକା ଯାତ୍ରା କରନ୍ତି । ବହୁତ ଲୋକ ନିଜ ପରିବାର ଲୋକଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟଆସନ୍ତି । ଏଠାରେ କିଛି ଗାଡି ଚାଳକ ବାହାନରେ ନିର୍ଦ୍ଧାରିତ କ୍ଷମତା ଠାରୁ ଅଧିକ ଲୋକ ଏବଂ ଜିନିଷ ଲଦି ନେଉଛନ୍ତି । ଏହାଛଡା ଗାଡି ଗୁଡିକ ନିର୍ଦ୍ଧାରିତ ଗତି ଠାରୁ ଅଧିକ ବେଗରେ ଚଲାଯାଉଛି । ଏଠାରେ ରାସ୍ତା ଅବସ୍ଥା ମଧ୍ୟ ବହୁତ ଖରାପ । ତେଣୁ ଦୁର୍ଘଟଣା ହେବା ସ୍ୱାଭାବିକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login