ତେଲେଙ୍ଗାନା : ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ଶାଦ ନଗର ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ଟ୍ୟାଙ୍କର ଟ୍ରକ ଅସାବଧାନାତା ଯୋଗୁଁ ବାଇକକୁ ଧକ୍କା ଦେଇଥିଲା । ଫଳରେ ମାଚେନ୍ଦର ଏବଂ ତାଙ୍କ ଝିଅ ମୈତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳେ ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା ।
ଏହି ଘଟଣାରେ ମଛେନ୍ଦର ତୁରନ୍ତ ମୃତ୍ୟୁବରଣ କରିଥିଲେ କିନ୍ତୁ ମୈତ୍ରୀ ଟାୟାର ତଳେ ଫସି ଯାଇଥିଲେ । ସେ କିଛି ସମୟ ପାଇଁ କାନ୍ଦି କାନ୍ଦି ସାହାଯ୍ୟ ପାଇଁ ନିବେଦନ କରିଥିଲେ । ତା’ପରେ ସେ ସେଠାରେ ଉପସ୍ଥିତ ତୈୟବ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଫୋନ୍ ଦେଇଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଫୋନ୍ କରିବାକୁ ଅନୁରୋଧ କରିଥିଲେ । ଏହା ଶୁଣି ସେଠାରେ ଉପସ୍ଥିତ ଲୋକଙ୍କ ଆଖି ଲୁହ ହୋଇଗଲା । ତୈୟବ ମୈତ୍ରୀଙ୍କ ଫୋନ୍ ରୁ ତାଙ୍କ ପରିବାରକୁ ଫୋନ୍ କରିବାକୁ ଯାଉଥିଲେ କିନ୍ତୁ ପରେ ମୈତ୍ରୀଙ୍କ ବନ୍ଧୁ ଫୋନ୍ କଲେ ଏବଂ ତାଙ୍କ ସାହାଯ୍ୟରେ ପରିବାରକୁ ଘଟଣା ବିଷୟରେ ଜଣାଇଲେ । କିଛି ସମୟ ପରେ ମୈତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଗଲା । ଟ୍ରକ୍ ଡ୍ରାଇଭରକୁ ଶାଦ ନଗର ପୋଲିସ ହେପାଜତକୁ ନେଇଛି ।
ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ବାପା-ଝିଅଙ୍କ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











