ମୁମ୍ବାଇ : ଆଜି ମହାରାଷ୍ଟ୍ରରେ ଚାଲିଛି ମହାପର୍ବ । ମତଦାନ କରୁଛନ୍ତି ଭୋଟର । ୨୮୮ ଆସନ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି । ମୈଦାନରେ ଅଛନ୍ତି ୪ ହଜାର ୧୩୬ ପ୍ରାର୍ଥୀ । ଏଥର ମହାୟୁତି ଓ ମହା ଅଗାଡି ମେଣ୍ଟ ମଧ୍ୟରେ କଡା ଟକ୍କର ହେବା ନେଇ ସମ୍ଭାବନା ରହିଛି । ଗୋଟିଏ ପଟେ ଉଦ୍ଧବ ଠାକରେ , ଶରଦ ପାବାର ଓ କଂଗ୍ରେସ ଅନ୍ୟପଟେ ବିଜେପି , ଏକନାଥ ସିନେ୍ଦ , ଅଜିତ ପାବାର । ଏଥର ମୁକାବିଲା ବେଶ ରୋମାଞ୍ଚକର ହେବ ।
ଅନ୍ୟପଟେ ଝାଡଖଣ୍ଡର ୩୮ ଆସନରେ ଚାଲିଛି ମତଦାନ । ୫୨୮ ପ୍ରାର୍ଥୀଙ୍କର ହେଉଛି ଭାଗ୍ୟ ପରୀକ୍ଷା । ମହାରାଷ୍ଟ୍ର ଓ ଝାଡଖଣ୍ଡ ସହ ଉତ୍ତର ପ୍ରଦେଶର ୯ ଓ ରାଜସ୍ଥାନର ୭ଟି ବିଧାନସଭା ଆସନରେ ହେଉଛି ଉପନିର୍ବାଚନ । ଆସନ୍ତା ୨୩ ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ ।
Views: 42