ଭୋଗରାଇ : ଠିକ୍ ସମୟରେ ଅଫିସ ଆସୁନାହାନ୍ତି ବିଡିଓ । ବଡିଓଙ୍କ ଅନୁପସ୍ଥିତିରେ ବ୍ଲକ କର୍ମଚାରୀ ଦେଖାଉଛନ୍ତି ଦବଙ୍ଗଗିରି । ବିଡିଓ କେତେବେଳେ ଆସିବେ ବୋଲି ପଚାରିବାରୁ ଚାପୁଡା ମାରିଲେ ମହିଳା କର୍ମଚାରୀ । ଅଫିସ ଖୋଲିବାର ସମୟ ସକାଳ ୧୦ଟା ହୋଇଥିବା ବେଳେ ଠିକ ସମୟରେ ଅପିସରେ ପହଁଚୁ ନାହାନ୍ତି ବିଡିଓ । ଅନେକ ଦିନ ଧରି ବିଡିଓ ଏପରି ମନମାନି କରୁଥିବା ହୋଇଛି ଅଭିଯୋଗ । ଭୋଗରାଇ ବ୍ଲକରେ କର୍ମଚାରୀଙ୍କ ଦବଙ୍ଗ ଗିରି। ଆଜି ସକାଳ ୧୦.୩୦ ମିନିଟ ପରେ ଘଟିଛି ଏଭଳି ଅପ୍ରୀତିକର ଘଟଣା । ଅଫିସରେ ବିଡ଼ିଓ ନଥିବା ବେଳେ ବ୍ୟବହାରରେ ଶାଳିନତା ରଖୁନାହାନ୍ତି ବ୍ଲକ ଅଫିସର କର୍ମଚାରୀ । ସାଧାରଣ ଲୋକେ ବିଡ଼ିଓଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ଅଫିସରେ କିନ୍ତୁ ବିଡିଓ ନ ଥିଲେ । ନିଜର ଗୁହାରି ଓ ଅଭିଯୋଗ ଜଣାଇବା ପାଇଁ ବିଡିଓଙ୍କୁ ଦେଖା କରିବାକୁ ବହୁ ଦୂରରୁ ଆସୁଛନ୍ତି ଲୋକେ । କିନ୍ତୁ ଅଫିସରେ ବିଡିଓ ଉପସ୍ଥିତ ରହୁ ନାହାନ୍ତି । ତେବେ ଏନେଇ ବିଡ଼ିଓ କୁଆଡେ ଯାଇଛନ୍ତି ବୋଲି ଜଣେ ସାମ୍ବାଦିକ ପିଅନ ଗୀତା ଜେନାଙ୍କୁ ପଚାରି ଥିଲେ। ତେବେ ଗୀତା ଜେନା ଏହାର କୈାଣସି ସନ୍ତୋଷଜନକ ଉତ୍ତର ନ ଦେଇ ସାମ୍ବାଦିକଙ୍କ ବୁମ୍ ପେଲି ଦେବା ସହିତ, ଅତର୍କିତ ଭାବେ ଆକ୍ରମଣ କରି ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ। ଏନେଇ ସାମ୍ବାଦିକ ଜଗନ୍ନାଥ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରୁଥିବା ଜଣା ପଡିଛି। ତେବେ ବିଡିଓ ବ୍ଲକ ଅଫିସ ନ ଆସି ମିଟିଂରେ ଥିବା କିମ୍ବା ଅନ୍ୟ କୈାଣସି କାର୍ଯ୍ୟରେ ଥିବା କର୍ମଚାରୀ ମାନେ କହୁଥିବା ବେଳେ ସାଧାରଣ ଲୋକେ କିନ୍ତୁ ହୀନସ୍ତା ହେଉଛନ୍ତି । ବାରମ୍ବାର ଅଫିସରେ ବିଡିଓ ଅନୁପସ୍ଥିତ ରହୁଥିବାରୁ ବିଭିନ୍ନ ନିଜର ସମସ୍ୟା ଜଣାଇପାରୁ ନାହାନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି କେତେ ଦିନ ଧର୍ି ଏଭଳି ହନ୍ତସନ୍ତ ହେବେ ଲୋକେ । ଜଣେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବାକୁ ଯଦି ବିଡିଓ ଅଫିସରେ ନ ରହିବେ ତେବେ ଲୋକେ ଗୁହାରୀ କରିବେ କାହାକୁ । ଆଗକୁ ସରକାରୀ ଅଫିସରେ ଏଭଳି ଅବ୍ୟବସ୍ଥା କେତେ ଦିନ ଲାଗି ରହିବ ତାହାକୁ ନେଇ ଉଠିଛି ପ୍ରଶ୍ନ । ବାଲେଶ୍ୱରରୁ ଅଜିତ ସାହୁଙ୍କ ରିପୋର୍ଟ ।
ଭୋଗରାଇ ବ୍ଲକରେ ମହିଳା କର୍ମଚାରୀଙ୍କ ଦବଙ୍ଗଗିରି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











