The Ultimate Managed Hosting Platform
ADVERTISEMENT

ଭେନେଜୁଏଲା ରାଷ୍ଟ୍ରପତି ଅଟକ , ଦେଶ ବାହାରକୁ ପଳାୟନ ବେଳେ ଅଟକ

Facebook
Twitter
LinkedIn

ଭେନେଜୁଏଲା : ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଆମେରିକା ଦ୍ୱାରା ଅଟକ ଥିବା ସୂଚନା ରହିଛି । ଦେଶ ବାହାରକୁ ପଳାୟନ ବେଳେ ଅଟକ ଅଛନ୍ତି । ରାଜଧାନୀ କାରାକାସ ଉପରେ ଏୟାରଷ୍ଟ୍ରାଇକ ପରେ ପରେ ଅଟକ । ଡ୍ରଗ୍ସ ଚାଲାଣକୁ ନେଇ ଭେନେଜୁଏଲା ଉପରେ କ୍ଷୁବ୍ଧ ହୋଇଥିଲେ ଟ୍ରମ୍ପ । ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗାଦିଚ୍ୟୁତ କରିବାକୁ ଚାହୁଁଥିଲେ ଟ୍ରମ୍ପ ।
ଭେନେଜୁଏଲାର ରାଜଧାନୀ କାରାକାସରେ ଭୟଙ୍କର ବିସ୍ଫୋରଣ । ସହରର ରଣନୈତିକ ଠିକଣା ଉପରେ ଏୟାର ଷ୍ଟ୍ରାଇକ ହୋଇଛି । ଏହି ଆକ୍ରମଣ ପଛରେ ଆମେରିକାର ହାତ ଥିବା ଆଶଙ୍କା କରାଯାଉଛି । ତେବେ ଏନେଇ କୌଣସି ଅଫିସିଆଲ ବୟାନ ଆସିନାହିଁ । ତେବେ ବିସ୍ଫୋରଣ ପରେ ଅନେକ ବିଲିଡିଂରେ କରେଣ୍ଟ ନାହିଁ । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିସ୍ଫୋରଣ ସ୍ଥାନୀୟ ସମୟ ଅନୁସାରେ ରାତି ୧.୫୦ ମିନିଟରେ ହୋଇଛି । ବିସ୍ଫୋରଣ ଯୋଗୁଁ ଝରକା ସବୁ ଦୋହଲି ଯାଇଥିଲା । ବିସ୍ଫୋରଣ ପରେ ରାଜଧାନୀର ଅନେକ ଅଞ୍ଚଳ ଅନ୍ଧାର ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login