ନୂଆଦିଲ୍ଲୀ : ଭେଜ ବିରିୟାନୀରୁ ବାହାରିଲା ହାଡ । ଅଭିଯୋଗ ପରେ ସଟର ବନ୍ଦ କରି ଦୈାଡିଲା ଦୋକାନୀ । ଉତ୍ତରପ୍ରଦେଶ ଝାନ୍ସିର ନବାବାଦ ଥାନାର ଆସିକ ଚୌରାହରେ ଘଟିଛି ଘଟଣା । ଗ୍ରାହକ ଜଣକ ଦୋକାନରେ ଅଭିଯୋଗ କରିବା ପରେ କିଛି ହିନ୍ଦୁବାଦୀ ସଂଗଠନର କାର୍ୟ୍ୟକର୍ତ୍ତା ସେଠାରେ ପହଞ୍ଚି ନାରାବାଜି କରିବା ଆରମ୍ଭ କରିଥିଲେ । ଏହାରି ମଧ୍ୟରେ ଦୋକାନୀ ଭୟରେ ଦୋକାନ ବନ୍ଦ କରି ସେଠାରେ ପଳାଇ ଯାଇଛି । ତେବେ ଶିବରାତ୍ରିରେ ଦୋକାନୀ ଜଣକ ଧାର୍ମିକ ଭାବନା ଆଘାତ କରିଛନ୍ତି ବୋଲି ଗ୍ରାହକ କହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଫେରାର ହୋଇଥିବା ଦୋକାନୀଙ୍କୁ ଖୋଜୁଛି ।
Views: 23