The Ultimate Managed Hosting Platform
ADVERTISEMENT

ଭୂପେନ୍ଦ୍ର ପଟେଲଙ୍କ ରାଜନୈତିକ ଯାତ୍ରା…

Facebook
Twitter
LinkedIn

ଭାରତୀୟ ଜନତା ପାର୍ଟିର ନେତା ଭୂପେନ୍ଦ୍ର ପଟେଲ ଆଜି ଗାନ୍ଧୀନଗରରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଗାନ୍ଧୀନଗରରେ ଥିବା ନୂଆ ସଚିବାଳୟ ନିକଟସ୍ଥ ହେଲିପ୍ୟାଡ ପଡିଆରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ତାଙ୍କୁ ଗୁଜରାଟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଭୂପେନ୍ଦ୍ର ପଟେଲ ଏହା ପୂର୍ବରୁ ୨୦୨୧ ମସିହା ସେପ୍ଟେମ୍ବର ୧୩ ତାରିଖରେ ଗୁଜରାଟର ୧୭ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଥିଲା । ତେବେ ମେମନଗର ନଗର ପାଳିକାର ଜଣେ ସଦସ୍ୟ ଭାବେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଭୂପେନ୍ଦ୍ର ପଟେଲ ୨୦୧୭ ମସିହାରେ ପ୍ରଥମ କରି ବିଧାନସଭା ନିର୍ବାଚନ ଲଢିଥିଲେ । ଏହାପରେ ମାତ୍ର ୪ ବର୍ଷ ଭିତରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

୨୦୧୭ ମସିହାରେ ଭୂପେନ୍ଦ୍ର ପଟେଲ ଯେତିକି ଭୋଟରେ ବିଜୟୀ ହୋଇଥିଲେ, ୨୦୨୨ରେ ସେ ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏଥର ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁ ଭୋଟରେ ହରାଇବା ସହିତ ୧ ଲକ୍ଷ ୯୧ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେବେ ଭୂପେନ୍ଦ୍ରଙ୍କ ପାଖରେ ଅହମ୍ମଦାବାଦ ନଗର ନିଗମର ସ୍ଥାୟୀ ସମିତି ଅଧ୍ୟକ୍ଷ ଓ ଥଲତେଜ ୱାର୍ଡର ପରିଷଦ ମଧ୍ୟ ରହିସାରିଛନ୍ତି । ପ୍ରାୟ ଗୋଟିଏ ଦଶନ୍ଧି ଧରି ସେ ନଗରପାଳିକାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।

୨୦୧୭ ମସିହାରେ ଭୂପେନ୍ଦ୍ର ପଟେଲ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଉ ପ୍ରଥମଥର ଗୁଜରାଟ ବିଧାନସଭାର ସଦସ୍ୟ ହୋଇଥିଲେ । ଏହାପରେ ସେ ୨୦୨୧ ମସିହା ସେପ୍ଟେମ୍ବର ୧୩ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆଉ ଆଜିଠୁ ଗୁଜରାଟରେ ଦ୍ୱିତୀୟ ଥର ପାଇଁ ଆରମ୍ଭ ହୋଇଛି ପଟେଲ ସରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login