ନୂଆଦିଲ୍ଲୀ : ଥରିଲା ବାଂଲାଦେଶ । ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭାରତୀୟ ସମୟ ସକାଳ ୯ଟା ୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା । ଆଜି ସକାଳେ ଦେଶର ଉତ୍ତର ପ୍ରଦେଶର ଲଦାଖରେ ଏକ ଭୂକମ୍ପ ଘଟିଛି । ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୩.୪ ରେ ମାପ କରାଯାଇଥିଲା । ତେବେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ରାଜଧାନୀ ଢାକା ସମେତ କିଛି ଅଞ୍ଚଳରେ ଭୂକମ୍ପ ପରେ ଘରଦ୍ବାର ଥରି ଉଠିଥିଲା । ଭୟରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ।
Views: 71