ନୂଆଦିଲ୍ଲୀ : ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ । ରିକ୍ଚର ସ୍କେଲରେ ତୀବ୍ରତା ୬.୩ । ସକାଳୁ ସକାଳୁ ଥରିଲା ଜାପାନ । ତାଇୱାନ୍ ପରେ ଭୂମିକମ୍ପ ଝଟକାରେ ଦୋହଲିଲା ଜାପାନ। ତେବେ ଏନେଇ କ୍ଷୟକ୍ଷତି ବିଷୟରେ କିଛି ଜଣାପଡ଼ିନାହିଁ । ପୂର୍ବ ଉପକୂଳ ହନସୁ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଅବଶ୍ୟ ଭୂକମ୍ପ ପରେ ସୁନାମି ଆଲର୍ଟ ଦିଆଯାଇ ନାହିଁ । ଗୁରୁବାର ସ୍ଥାନୀୟ ସମୟ ସକାଳ ୯ଟାରେ ଭୂକମ୍ପ ଘଟିଛି ଭୂକମ୍ପ ହେବାରୁ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ଜାପାନରେ ବୁଧବାର ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୬ ପାଖାପାଖ ଥିଲା ।
Views: 89











