ମୁମ୍ବାଇ : ଭୁଶୁଡିଲା ଭୋଗବୀ ନଦୀର ପୋଲ । ଗୁଜରାଟ ସୁରେନ୍ଦ୍ର ନଗରର ବସ୍ତାଦୀ ନିକଟରେ ଥିବା ଭୋଗବୀ ନଦୀରେ ଥିବା ବ୍ରିଜ ଭୁଶୁଡ଼ି ପଡ଼ିଛି। ଫଳରେ ବ୍ରିଜ ଉପରେ ଯାଉଥିବା ଟ୍ରକ୍, ବାଇକ୍ ଆଦି ଯାନବାହନ ଆଦି ନଦୀକୁ ଖସି ପଡ଼ିଛି କିନ୍ତୁ ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ନଦୀକୁ ଖସି ଭାସି ଯାଉଥିବା ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ପୋଲ ଉପରେ ଡମ୍ପର ଓ ୨ଟି ବାଇକ ଯାଉଥିବା ବେଳେ ହଠାତ୍ ପୋଲଟି ଗଳିପଡିଥିଲା ।
Views: 104











