ପଟ୍ଟମୁଣ୍ଡାଇ : ଭୁଲ ଇଞ୍ଜେକସନ ଯୋଗୁଁ ବାମ ଗୋଡ ଅଚଳ ଅଭିଯୋଗ । ୪ ବର୍ଷ ଶିଶୁପୁତ୍ରର ବାମ ଗୋଡ ଅଚଳ ଅଭିଯୋଗରେ ଉତ୍ତେଜନା । ପଟ୍ଟାମୁଣ୍ଡାଇ ହସ୍ପିଟାଲ ଆଗରେ ପରିବାର ଓ ଗ୍ରାମବାସୀଙ୍କ ବିକ୍ଷୋଭ । ୩ ଦିନ ତଳେ ଅସୁସ୍ଥ ଶିଶୁପୁତ୍ରକୁ ହସ୍ପିଟାଲ ଅଣାଯାଇଥିଲା । ହସ୍ପିଟାଲରେ ଇଞ୍ଜେକସନ ଦିଆଯିବା ଫରେ ବାମ ଗୋଡ ଅଚଳ ଅଭିଯୋଗ । ଡାକ୍ତରଙ୍କ ଭୁଲ ଔଷଧ ଓ ଇଞ୍ଜେକ୍ସନ ଦ୍ୱାରା ତାଙ୍କ ପୁଅଙ୍କର ଏଭଳି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଶିଶୁପୁତ୍ରର ପରିବାର ଲୋକେ । ଏନେଇ ପରିବାର ଲୋକେ ମେଡିକାଲଠୁ ଥାନା ଓ ଜିଲ୍ଲା ସ୍ତରୀୟ ମେଡିକାଲରେ ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ତାଙ୍କ ଅଭିଯୋଗ କେହି ଶୁଣିନଥିଲେ । ଆଜି ପରିବାରଙ୍କ ସମେତ ଗାଁର ଶତାଧିକ ଲୋକେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଧାରଣାରେ ବସିଛନ୍ତି । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ମୁତୟନ ରହିଛି ।
Views: 67











