ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ- ଆରଏସଏସର ସରସଂଘ ଚାଳକ ମୋହନ ଭଗବତ । ସେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ସଂଧ୍ୟା ୬ଟାରେ ଜୟଦେବ ଭବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ସ୍ଵର୍ଗତ ଶିବରାମ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ । ଏହାପରେ ଆସନ୍ତା ଜାନୁୟାରୀ ୩୧ ତାରିଖରୁ ୩ ତାରିଖ ପର୍ୟ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତିରେ ସାଂଗଠନିକ କାର୍ୟ୍ୟର ସମୀକ୍ଷା ଓ ସଂଘର ଶତାବ୍ଦୀ ବର୍ଷର ଯୋଜନା ବୈଠକରେ ସାମିଲ ହେବେ । ଜାନୁୟାରୀ ୩୧ ତାରିଖରୁ ୩ ତାରିଖ ପର୍ୟ୍ୟନ୍ତ ଏଠାରେ କୌଣସି ସାର୍ବଜନୀନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ । ଏହି ବୈଠକ କେବଳ ସାଂଗଠନିକ କାର୍ୟ୍ୟପାଇଁ ଉଦ୍ଦିଷ୍ଟ ରହିବ।
Views: 46