The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ମଲ୍ଲିକାର୍ଜୁନ ଖଡଗେ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱରରେ ପହଁଚିଲେ । ପିଏମଜିରେ ଓଡିଶା ବଞ୍ଚାଅ ସମାବେଶରେ ଉଦବୋଧନ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉପସ୍ଥିତ ନେତା ଓ କର୍ମୀମାନେ ତାଙ୍କୁ ପାଛୋଟି ଆଣିଥିଲେ । ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଓଡ଼ିଶା ବଂଚାଅ ସମାବେଶରେ ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ପଂଚାୟତ, ବୁଥ୍, ବ୍ଲକ ସ୍ତରର କର୍ମୀଙ୍କୁ ଉଦବୋଧନ ଦେବେ ଖଡଗେ । ଓଡ଼ିଶା ବଂଚାଅ ସମାବେଶରେ ପାଖାପାଖି ୧ ଘଂଟା ରହିବେ କଂଗ୍ରେସ ଅଧ୍ୟକ୍ଷ । ଓଡ଼ିଶାକୁ ବିଜେଡି ଓ ବିଜେପି କବଳରୁ ବଂଚେଇବା ସ୍ଲୋଗାନ ଦେଇ ଓଡ଼ିଶା ବଂଚାଅ ସମାବେଶ କରୁଛି ଦଳ । ଏଥିରେ ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରିବାକୁ ଦଳ ଲକ୍ଷ୍ୟ ରଖିଛି । ଓଡ଼ିଶା ବଂଚାଅ ସମାବେଶ ପରେ ଦଳୀୟ କାର୍ୟ୍ୟାଳୟରେ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ । ଆସନ୍ତା ଫେବ୍ରୁଆରୀ ୧୪ରେ ଓଡ଼ିଶା ଆସିବାକୁ ଥିବା ନ୍ୟାୟ ଯାତ୍ରାର ପ୍ରସ୍ତୁତି ନେଇ ଆଲୋଚନା କରାଯିବ । ଓଡ଼ିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରାଯିବ । ଏହା କିପରି ସଫଳ ହେବ ସେନେଇ ଆଲୋଚନା କରିବେ ଖଡଗେ। ଏହା ପରେ ଷ୍ଟେଟ୍ ଗେଷ୍ଟ ହାଉସରେ ଇଣ୍ଡିଆ ମେଂଟରେ ସାମିଲ ଥିବା ବିଭିନ୍ନ ଦଳର ରାଜ୍ୟ ନେତୃତ୍ୱଙ୍କ ସହ ବୈଠକ କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login