ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଚିଲେ ଓଡିଶା କଂଗ୍ରେସ ପ୍ରଭାରୀ । କଂଗ୍ରେସ ପଦଯାତ୍ରାରେ ସାମିଲ ହେବେ ଅଜୟ କୁମାର ଲଲୁ । ଦାୟିତ୍ୱ ଗ୍ରହଣ ପରେ ଅଜୟ ଲଲୁଙ୍କ ପ୍ରଥମ ଓଡିଶା ଗସ୍ତ । ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଭାରୀଙ୍କୁ ସ୍ୱାଗତ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସୁରେଶ ରାଉତରାୟ।ଅଜୟ କୁମାର ଲଲ୍ଲୁ କହିଛନ୍ତି ଜଗନ୍ନାଥଙ୍କ ଭୂମିକୁ ଆସି ମୁଁ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଛି। ଓଡ଼ିଶା ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଥିବାରୁ ମୁଁ ରାହୁଲ ଗାନ୍ଧୀ ଏବଂ ଏଆଇସିସି ସଭାପତିଙ୍କୁ ଧନ୍ୟବାଦ ଦେଉଛି। ପିସିସି ସଭାପତି ଏବଂ ରାଜ୍ୟ କଂଗ୍ରେସ ବରିଷ୍ଠ ନେତାଙ୍କୁ ନେଇ ରାଜ୍ୟ କଂଗ୍ରେସକୁ ମଜଭୁତ କରିବା ସହ ରାଜ୍ୟର ଉନ୍ନତି ପାଇଁ କାର୍ୟ୍ୟ କରିବୁ।ଦୁର୍ନୀତି, ଭାଷ୍ଟାଚାର, ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ ଲଢେଇ ଜାରି ରହିବ। କଂଗ୍ରେସ କର୍ମୀଙ୍କ ସାଥୀ ହୋଇ ଆଗକୁ ବଢ଼ିବୁ। ଉତ୍ତର ପ୍ରଦେଶ ଫର୍ମୁଲାକୁ ରାଜ୍ୟରେ ଲଗାଇବେ ନୂତନ ପ୍ରଭାରୀ। ପୁରା ଦେଶରେ ଆମେ ଡବଲ ଇଞ୍ଜିନ ସରକାରଙ୍କ ସହ ଲଢ଼ୁଛୁ। ଆମେ ଡରିବା ଲୋକ ନୁହେଁ, ଲଢ଼ିବା ଲୋକ। ରାହୁଲ ଗାନ୍ଧୀ ନ ଡରି ଲଢ଼ିବା ଶିଖାଇଛନ୍ତି। ଓଡ଼ିଶାରେ କଂଗ୍ରେସ ବହୁତ ବର୍ଷ ଲୋକଙ୍କ ସେଵା କରିଛି, ଲୋକଙ୍କ ଭାବନାକୁ ସମ୍ମାନ ଦେଇ ଶାସନ କରିଛି। ଏବେ ବିଗତ ବର୍ଷ ହେବ ଶାସନ ଠାରୁ ଦୁରେଇ ରହିଛି। କଂଗ୍ରେସ କିନ୍ତୁ ଆଗାମୀ ଦିନରେ ଆମେ ନିଶ୍ଚିତ ଶାସନକୁ ଫେରିବୁ। ପଞ୍ଚାୟତ ନିର୍ବାଚନ ପାଇଁ ଅଧ୍ୟକ୍ଷଙ୍କ ସହ ମିଶି ନକ୍ସା ପ୍ରସ୍ତୁତ କରିବୁ।
ଭୁବନେଶ୍ୱରରେ ଓଡିଶା କଂଗ୍ରେସ ପ୍ରଭାରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











