ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ମାଗଣା ଇ-ବସ ଓ ଇ-ରିକ୍ସା ସେବା । କ୍ରୁଟର ଇ-ବସ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ । ସ୍ୱଚ୍ଛ ବାୟୁ ଦିବସ ଆବସରରେ ଭୁବନେଶ୍ୱର ମେୟରଙ୍କ ଘୋଷଣା । ପ୍ରଦୂଷଣ କମାଇବା ଲକ୍ଷ୍ୟ, ରାଜଧାନୀର ୧୦ଟିରୁଟରେ ଗଡୁଛି ଇ-ବସ । ଭୁବନେଶ୍ବର ସହର ମଧ୍ୟରେ ୧୦ଟି ରୁଟରେ ଚାଲୁଛି ଇଲେକ୍ଟ୍ରିକ୍ ବସ୍ । ସ୍ବଚ୍ଛ ବାୟୁ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରିବେଶକୁ ସ୍ବଚ୍ଛ ଓ ପ୍ରଦୂଷଣ ରୋକିବା ପାଇଁ ବିଏମସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମିଳିତ ସହଯୋଗରେ ସ୍ବଚ୍ଛ ବାୟୁ ଦିବସ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
Views: 113











