ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ୮ ଇଣ୍ଡିଗୋ ବିମାନ ବାତିଲ । ଭୁବନେଶ୍ୱର-କୋଲକତା, ଭୁବନେଶ୍ୱର-ଡେରାଡୁନ ବିମାନ ବାତିଲ । ଭୁବନେଶ୍ୱର-ଚେନ୍ନାଇ, ଭୁବନେଶ୍ୱର-ଗୋଆ, ଉୁବନେଶ୍ୱର –ମୁମ୍ବାଇ ବିମାନ ବାତିଲ । ଭୁବନେଶ୍ବର-ବେଙ୍ଗାଲୁର, ଭୁବନେଶ୍ୱର-ହାଇଦ୍ରାବାଦ, ଭୁବନେଶ୍ୱର-ଦିଲ୍ଲୀ ବିମାନ ବାତିଲ ହୋଇଛି । ଏପର୍ୟ୍ୟନ୍ତ ସୁଧୁରୁନି ଇଣ୍ଡିଗୋ ସମସ୍ୟା । ବିମାନ ସୁରକ୍ଷା ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ୧ ଡିସେମ୍ବରଠାରୁ ଇଣ୍ଡିଗୋ ଉଡ଼ାଣ ସୂଚୀ ୫% ହ୍ରାସ କରିଛି । ଏପରି ସଙ୍କଟର ସମ୍ମୁଖୀନ ହୋଇନଥିବା ହେତୁ ସରକାର ଇଣ୍ଡିଗୋକୁ ଏହାର ବିମାନ ଉଡାଣ ସ୍ବାଭାବିକ କରିବାକୁ ଏବଂ ଯାତ୍ରୀମାନଙ୍କ ଅସୁବିଧାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚେତାବନୀ ସତ୍ତ୍ୱେ ବିମାନ ବାତିଲ ଜାରି ରହିଛି ।
Views: 83











