The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରର ବିମାନ ବନ୍ଦରରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରର ବିମାନ ବନ୍ଦରରେ ମର ଶରୀର ପହଞ୍ଚିବା ପରେ ସହିଦ ଦେବାଶିଷଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେନା ପକ୍ଷରୁ ମଧ୍ୟ ସହିଦ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବିମାନ ବନ୍ଦରରେ ଗୃହରାଷ୍ଟ୍ର ମନ୍ତ୍ରୀ ଓ ମେୟର ଉପସ୍ଥିତ ଥିଲେ । ଗୃହରାଷ୍ଟ୍ର ମନ୍ତ୍ରୀ ଓ ମେୟର ଜଣାଇଲେ ଶ୍ରଦ୍ଧାଞ୍ଜଳି। ଦେଶ ପାଇଁ ଲଢ଼ିବାକୁ ଯାଇଥିଲେ । ସହିଦ ହୋଇ ଫେରିଲେ । ଏବେ ଜନ୍ମମାଟି ଅଭିମୁଖେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର । ଏଥିସହିତ ସହିଦ ଦେବାଶିଷଙ୍କ ଧର୍ମପତ୍ନୀ ମଧ୍ୟ ଜଣାଇଲେ ଶ୍ରଦ୍ଧାଞ୍ଜଳି । ମାତ୍ର ବାହାଘର ହୋଇଥିଲା ଦୁଇ ବର୍ଷର । ପୁଣି ରହିଛି କୋଳରେ ତାଙ୍କର ୪ ମାସର ପିଲାଟିଏ । ସ୍ୱାମୀଙ୍କୁ ହରାଇ ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି ପତ୍ନୀ । ତଥାପି ସାହସ ଦେଖାଇ ଆସିଥିଲେ ଭୁବନେଶ୍ୱର ବିମାନ ବନ୍ଦରକୁ । ଶେଷଥର ପାଇଁ ନିଜ ଜୀବନସାଥୀଙ୍କୁ ଦର୍ଶନ କରିବା ସହ। ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login