The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ

Facebook
Twitter
LinkedIn

ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନର ହେବ ନବକଳେବର। ଆଜି ଏହି ପ୍ରକଳ୍ପ ପାଇଁ ଭୂମି ପୂଜନ ହେବ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଭୂମି ପୂଜନ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଶ୍ୱ ସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।

ଗତ କିଛି ଦିନ ପୂର୍ବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନୂତନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଷ୍ଟେସନର ନବକଳେବର ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବାରୁ ଭୂମି ପୂଜନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ଲାଗି ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୮ କୋଟି ଟଙ୍କା।

ଭୁବନେଶ୍ୱର ରେଳ ଷ୍ଟେସନ୍‌ର ମାଷ୍ଟରକ୍ୟାଣ୍ଟିନ୍ ଓ ୬ ନମ୍ବର ଗେଟ୍‌କୁ ଅଧିକ ସୁଗମ ସହ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କରାଯିବ। ପ୍ରତିଦିନ ଦେଢ଼ ଲକ୍ଷ ଯାତ୍ରୀଙ୍କ ଯା’ଆସ ପାଇଁ ବ୍ୟବସ୍ଥା ହେବ। ମାଷ୍ଟରକ୍ୟାଣ୍ଟିନ୍ ପଟ ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା ଦୁଇଟି କୋଠା ହେବ। ଫୁଟ୍ ଓଭରବ୍ରିଜ୍, Escalator, ଲମ୍ବା ଚଉଡ଼ା ପ୍ଲାଟଫର୍ମ ସମେତ ଯେପରି ବିମାନବନ୍ଦରରେ ସୁବିଧା ଥାଏ ସେ ସବୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା

କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...

Login