The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଆଇଆଇସି

Facebook
Twitter
LinkedIn

କୋରାପୁଟ : ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ ସୁକମା ହାଁସଦା । କେସ ଡାଏରୀ ଦାଖଲ କରିବାକୁ ୨୦ ହଜାର ଲାଞ୍ଚ ମାଗି ଫସିଲେ । ଥାନାରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ମାଡି ବସିଲା ଜୟପୁର ଭିଜିଲାନ୍ସ ଚିମ । ଦଶମନ୍ତପୁରଥାନା ଭିତରେ ଆଇଆଇସିଙ୍କୁ ଜୟପୁର ଭିଜିଲାନ୍ସ ଟିମର ପଚରାଉଚରା ।
ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବେ ଦଶମନ୍ତପୁର ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ଏହି ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଅଧୀନସ୍ଥ ଛଟା ଗୁଡା ଗାଁର ରାମେଶ୍ବର ବିଶୋଇ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ଯୁବତୀ ଜଣକ ବିବାହ କରି ଘରକୁ ନେବାକୁ ପ୍ରେମିକକୁ କହିଥିଲେ। କିନ୍ତୁ ଅଭିଯୁକ୍ତ ପ୍ରେମିକ ବିବାହ ପାଇଁ ରୋକ୍ ଠୋକ୍ ମନା କରିବା ଦ୍ୱାରା ପ୍ରେମିକା ଥାନାର ଦ୍ବାରସ୍ଥ ହୋଇଥିଲେ।ହେଲେ ଯୁବତୀଙ୍କୁ ଥାନା ଅଧିକାରୀ ସୁକୁମା ହାଁସଦା ନ୍ୟାୟ ଦେବା ପରିବର୍ତେ ୨୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ଗରିବ ପରିବାରର ଝିଅ ହୋଇଥିବାରୁ ଏନେଇ ପୀଡ଼ିତା ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକ ଭିଜିଲାନ୍ସର ଆଶ୍ରୟ ନେଇଥିଲେ। ସମ୍ପର୍କୀୟ ସୁରେଶ ସୁବୁଦ୍ଧିଙ୍କୁ ଠାରୁ ନଗଦ ୨୦ ହଜାର ଟଙ୍କା ନେଇ ଥାନାରେ ପହଞ୍ଚିଥିଲେ ପୀଡ଼ିତା। ଥାନା ଅଧିକାରୀ ସୁକୁମା ହାଁସଦା ଲାଞ୍ଚ ନେବା ବେଳେ ଥାନା କାର୍ୟ୍ୟାଳୟରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login