ସମ୍ବଲପୁର : ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ୱ ସହାୟକ । ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କ ବାସଭବନରେ ରେଡ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ । ବରଗଡ, ସମ୍ବଲପୁରରେ ଚାଲିଛି ଭିଜିଲାନ୍ସ ରେଡ । ବରଗଡ଼ ଓ ସମ୍ବଲପୁରର ୪ଟି ସ୍ଥାନରେ ଚାଲିଛି ରେଡ୍ । ବରଗଡ଼ରେ ଦୁଇ ମହଲା ଘର, ସମ୍ବଲପୁର ଚାରଭାଟିରେ ଥିବା ଘରେ ଯାଞ୍ଚ କରୁଛି ଟିମ୍ । ସେହିପରି ବରଗଡ଼ର ପୈତୃକ ଘର ଓ ସମ୍ବଲପୁର କାର୍ୟାଳୟରେ ରେଡ୍ ହେଉଛି । ଚଢାଉରେ ୨ ଡିଏସପି ଓ ୮ ଇନସ୍ପେକ୍ଟର ସାମିଲ ।
Views: 82











