ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ଓ ହୋମଗାର୍ଡ । ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାର ନାୟକ ଓ ହୋମଗାର୍ଡ ପି.କେ ସୁନ୍ଦରାୟ ଭିଜିଲାନ୍ସ ଜାଲରେ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । କେସ ଡାଏରୀରୁ ନାଁ ହଟାଇବାକୁ ଲାଞ୍ଚ ନେବାବେଳେ ଧରାପଡିଲେ । ଗତକାଲି ବିଳମ୍ବିତ ରାତିରେ ଚାଲିଥିଲା ଡିଲ ସମୟରେ ଛକି ବସିଥିବା ଭିଜିଲାନ୍ସ ଟିମ ଉଭୟଙ୍କୁ ମାଡ଼ିବସିଥିଲା । ପରେ ଏଏସ ଆଇ ତୁଷାରକାନ୍ତ ରହୁଥିବା ଘରେ ଖୋଳତାଡ଼ ସହିତ ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କାର୍ୟ୍ୟାଳୟକୁ ନେଇ ଅଧିକ ତଦନ୍ତ ଚଳାଇଛି । ପୂର୍ବରୁ ଏଏସଆଇ ତୁଷାରକାନ୍ତ ନାୟକଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Views: 62