ରାଉରକେଲା : ୧୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଫରେଷ୍ଟ ରେଞ୍ଜର ଡେପୁଟୀ ରେଞ୍ଜର । ସରକାରୀ କାମରେ ନିୟୋଜିତ ଗାଡ଼ି ଭଡ଼ା ବିଲ୍ କରାଇଦେବା ପାଇଁ ସେ ଗାଡ଼ି ମାଲିକଙ୍କ ଠାରୁ ନେଉଥିଲେ ଲାଞ୍ଚ । ଏହାପରେ ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ରାଉରକେଲା ବାସନ୍ତୀ କଲୋନୀରେ ଥିବା ଡେପୁଟୀ ରେଞ୍ଜର ଅସିତ କୁମାର ପଟ୍ଟନାୟକଙ୍କ ଘରୁ ମିଳିଛି ନଗଦ ୮ ଲକ୍ଷ ୩୭ ହଜାର ଟଙ୍କା । ଏଥିସହ ୩୯୦ ଗ୍ରାମ ସୁନା ଅଳଙ୍କାର ମିଳିଛି ।
Views: 30