ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଟିପିଓସିଏଡିଏଲ ସର୍କଲ-୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ । ଯାଞ୍ଚ ରିପୋର୍ଟ ସପକ୍ଷରେ ଦେବା ପାଇଁ ଠିକାଦାରଙ୍କ ଠାରୁ ନେଉଥିଲେ ଲାଞ୍ଚ । ରେଡ ବେଳେ ଯନ୍ତ୍ରୀଙ୍କ ଘରୁ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ । ଯନ୍ତ୍ରୀଙ୍କ ଘରୁ ନଗଦ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ। ଏକାକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ ।
Views: 49