ଭୁବନେଶ୍ୱର : ଭିକାରୀ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ପାର୍ବଣ ରୁତୁକୁ ଆଖି ଆଗରେ ରଖି ବିଏମସି ପକ୍ଷରୁ ପଦକ୍ଷେପ ନିଆଯିବ । ପାର୍ବଣରେ ରାସ୍ତା କଡରେ ବୁଲିବେନି ଭିକାରୀ । ରାସ୍ତାରେ ଦେଖିଲେ ଉଠାଇ ନେବ ବିଏମ୍ସି ସ୍କାଡ । ଭୁବନେଶ୍ବରକୁ ଭିକାରୀ ମୁକ୍ତ କରିବାକୁ ବିଏମସିର ଜୋରଦାର ପ୍ରୟାସ । ଭିକାରୀ ମୁକ୍ତ ଭୁବନେଶ୍ବର ପାଇଁ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସରକାରଙ୍କ ସହାୟତାରେ ଭୁବନେଶ୍ବରରେ ୫ ଶହ ଭିକାରୀ ରହିବା ଭଳି ୫ଟି ଥଇଥାନ କେନ୍ଦ୍ର ହୋଇଥିବା ବେଳେ, ଏହାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ପାର୍ବଣ ଋତୁରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା କଡରେ କୌଣସି ବି ଭିକାରୀ ଯେପରି ନ ରହନ୍ତି, ସେଥିପାଇଁ ସ୍ୱତନ୍ତ୍ର ସ୍କାଡ ଗଠନ କରିବାକୁ ନିର୍ଦେଶ ଦିଆଯାଇଛି । ବିଏମ୍ସିର ତିନୋଟି ଜୋନ୍ରେ ୩ଟି ସ୍କାଡ ଗଠନ କରାଯିବ । ଏହି ସ୍କାଡ ସଂପୃକ୍ତ ଜୋନାଲ ଡେପୁଟି କମିଶନରଙ୍କ ତତ୍ତ୍ବାବଧାନରେ ରହିବ ।
ଭୁବନେଶ୍ୱରକୁ ବଂଜାରମାନେ ଆଉ ଥରେ ଆସିବା ଆରମ୍ଭ କରିଦେଇଛନ୍ତି । କେତେକ ମନ୍ଦିରରେ ଭିକାରୀ ବସିବା ଦେଖାଯାଉଛି । ମନ୍ଦିର ଓ ପୂଜା ସ୍ଥଳିରେ ଭକ୍ତଙ୍କ ଭିଡ ସମୟରେ ଏହି ସ୍କାଡ ନିୟମିତ ବୁଲି ଦେଖିବାକୁ କୁହାଯାଇଛି । କିଛି ଭିକାରୀଙ୍କ ପରିବାର ସହ ଯୋଗାଯୋଗ କରାଇ, ସେମାନଙ୍କ ଘରେ ଛାଡି ଦିଆଯାଇଛି । ଯଦି କୌଣସି ପରିବାର ଘରେ ଛାଡି ଦିଆଯାଇଥିବା ଭିକାରୀଙ୍କୁ ପୁନଶ୍ଚ ଭିକ୍ଷାବୃତ୍ତି ପାଇଁ ପଠାନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି ।
ଭିକାରୀ ମୁକ୍ତ ହେବ ରାଜଧାନୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







