The Ultimate Managed Hosting Platform
ADVERTISEMENT

ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିପଡିଲା ପିକନିକ ବସ୍

Facebook
Twitter
LinkedIn

ପାରାଦୀପ : ଭାରସାମ୍ୟ ହରାଇ ରାସ୍ତାକଡକୁ ଖସିଲା ପିକନିକ ବସ । ପାରାଦୀପ କୁଜଙ୍ଗ ବ୍ଲକ ୧୫ ନମ୍ବର ନିକଟରେ କଟକରୁ ପାରାଦୀପ ଆସୁଥିବା ଡଲଫିନ ବସ ଭାରସାମ୍ୟ ହରାଇ ତଳେ ଖସିପଡିଛି । ପିକନିକ ସାରି ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । କିନ୍ତୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ।ଡଲଫିନ ବସ ଏକାଧିକ ଯାତ୍ରୀଙ୍କୁ ନେଇ ପିକନିକ ଯାଇଥିଲେ । ସେଠାରୁ ଫେରିବା ପରେ ସମସ୍ତଙ୍କୁ ଛାଡି ବସଟି ପାରାଦିପ ଫେରୁଥିଲା । ପରେ ପାରାଦୀପରୁ ଯାତ୍ରୀଙ୍କୁ ନେଇ ଯାଇଥାନ୍ତା । କିନ୍ତୁ କୁହୁଡି ହୋଇଥିବାରୁ ଭାରସାମ୍ୟ ହରାଇ ଖସିପଡିଥିଲା । ତେବେ ସକାଳ ସମୟ ହୋଇଥିବାରୁ କାହାର କୈାଣସି ବଡଧରଣର କ୍ଷତି ହୋଇ ନାହିଁ । ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଁଚି ଡ୍୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login