The Ultimate Managed Hosting Platform
ADVERTISEMENT

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର , ସାରା ରାତି ଗୁରୁତର ହୋଇ କାର ଭିତରେ ଥିଲେ ଚାଳକ !

Facebook
Twitter
LinkedIn

କଣ୍ଟାବାଞ୍ଜି : ଗତକାଲି ବିଳମ୍ବତ ରାତିରେ ବଲାଙ୍ଗିର ଜିଲ୍ଲା ବେଳପଡା ଥାନା ଅନ୍ତର୍ଗତ ଉଡିଙ୍ଗ ଛକଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ଏକ କାର । ଦୁର୍ଘଟଣାରେ କାର ମାଲିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣକ ହେଉଛନ୍ତି କଣ୍ଟାବାଞ୍ଜିର ବ୍ୟବସାୟୀ ଆଦିତ୍ୟ ଅଗ୍ରୱାଲ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଆଦିତ୍ୟ କଣ୍ଟାବାଞ୍ଜିରୁ ବେଳପଡା ଅଭିମୁଖେ ଯାଉଥିଲେ । ଉଡିଙ୍ଗ ଛକଠାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତର ଅବସ୍ଥାରେ କାର ଭିତରେ ପଡି ରହିଥିଲେ ଆଦିତ୍ୟ । ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ ଆଦିତ୍ୟଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login