ବାଲିଗୁଡା : ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟିଲା କୋଇଲା ବୋଝେଇ ଟ୍ରକ । ତୁମୁଡିବନ୍ଧରୁ କୋଟଗଡ ମୁଖ୍ୟ ରାସ୍ତାର ବାଟାମାହା ନିକଟରେ ଦୁର୍ଘଟଣା ଘଟିଛି । ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ଟ୍ରକ ଡ୍ରାଇଭର । ରାୟଗଡାରୁ ଟ୍ରକଟି ଝାରସୁଗୁଡା ଯିବା ସମୟରେ ବାଟାମାହା ନିକଟରେ ଓଲଟି ପଡିଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଗାଡି ଛାଡି ଫେରାର ହୋଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ଟ୍ରକ ଡ୍ରାଇଭର ଗାଡି ଚଳାଇବା ନେଇ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ କହିଛନ୍ତି । କୋଟଗଡ଼ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି ।
Views: 32