ଶ୍ରୀନଗର: ଭାରତୀୟ ସେନାକୁ ମିଳିଲା ଆଉ ଏକ ସଫଳତା । ଜାମ୍ମୁକାଶ୍ମୀର ବଡ଼ଗାମ୍ ଓ ପୁୁଲୁୱାମାରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ୧୨ ଘଣ୍ଟା ମଧ୍ୟରେ ଦୁଇଟି ପୃଥକ ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନୀ ଜୈଶ ମହମ୍ମଦ କମାଣ୍ଡର ଜାହିଦ ୱାନି ମଧ୍ୟ ଥିବା ଜଣା ପଡ଼ିଛି ।

ସୂଚନାନୁଯାୟୀ, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଜୈଶ କମାଣ୍ଡର ଜାହିଦ ୱାନି ୨୦୧୯ ଫେବୃଆରୀମାସରେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସାମିଲ ଥିଲା । ସେ ଏଠାରେ ଦୀର୍ଘ ବର୍ଷ ହେଲା କାମ କରୁଥିଲା । ଏହି ଏନକାଉଣ୍ଟରରେ ତାକୁ ନିହତ କରି ଭାରତୀୟ ସେନା ଏକ ବଡ଼ ସଫଳତା ପାଇଛି । ତେବେ ନିହତ ହୋଇଥିବା ୫ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ସମେତ ମାରଣାସ୍ତ୍ରମାନ ମଧ୍ୟ ଜବତ ହୋଇଛି । ଏ ନେଇ ବର୍ତ୍ତମାନ ସୁଦ୍ଧା ସ୍ଥନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
Views: 262