The Ultimate Managed Hosting Platform
ADVERTISEMENT

ଭାରତରେ କରୋନାର ନୂଆ ଭାରିଆଣ୍ଟ,୨୧ ଆକ୍ରାନ୍ତ

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଆସିଲାଣି କରୋନା। ସାରା ବିଶ୍ବ କରୋନା ଭୂତାଣୁ ଦ୍ବାରା ୩ବର୍ଷ ହନ୍ତସନ୍ତ ହେବା ପରେ ଏବେ କରୋନାର ନୂଆ ଭାରିଆଣ୍ଟ ଆସିଥିବା ନେଇ ସୂଚନା ମିଳିଛି। ଭାରିଆଣ୍ଟର ନାମ ଜେଏନ ୧ ରହିଥିବା ବେଳେ ଏପର୍ୟ୍ୟନ୍ତ ୨୧ଜଣ ଏହା ଦ୍ବାରା ସଂକ୍ରମିତ ହୋଇଥିବା ଲ୍ୟାବ ପରୀକ୍ଷାରୁ ଜଣାପଡ଼ିଛି।ଗୋଆରେ ୧୯ଜଣ ନୂଆ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ର ଓ କେରଳରୁ ଜଣେ ଲେଖାଏଁ ନୂଆ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଦେଶର କେତେକ ଅଞ୍ଚଳରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି କୋଭିଡ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଥିଲେ ବୋଲି ଜଣାପଡ଼ିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login