ନୂଆଦିଲ୍ଲୀ : ଭାରତକୁ ଆଉ ଏକ ଝଟକା । ଆମେରିକାର ବ୍ୟାନ ଭାରତ ଉପରେ ପକାଇଛି ମହଙ୍ଗା । ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହା ପରେ ଭାରତ-ଆମେରିକା ସମ୍ପର୍କ ଖରାପ ଆଡକୁ ଗତି କରୁଛି । ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ । ଇରାନ ଏଥିରୁ କରୁଥିବା ଆୟର ଏକ ବଡ଼ ଅଂଶ ଯୁଦ୍ଧ ଓ ସାମରିକ ସଂଘର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ କରୁଛି । ଏହା ଇରାନ ଉପରେ ଆତଙ୍କବାଦକୁ ସମର୍ଥନ କରିବାର ଅଭିଯୋଗ ମଧ୍ୟ ଆଣିଛି । ଆମେରିକାର ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, “ଇରାନ ସରକାର ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ପ୍ରୋତ୍ସାହିତ କରୁଛି ଏବଂ ଅସ୍ଥିରତା ବିସ୍ତାର କରିବା ପାଇଁ ଟଙ୍କା ବ୍ୟବହାର କରୁଛି । ଏହି ରାଜସ୍ୱ ଉତ୍ସକୁ ବନ୍ଦ କରିବା ପାଇଁ ଆମେରିକା ପଦକ୍ଷେପ ନେଉଛି, ଯାହାକୁ ଇରାନ ଆତଙ୍କବାଦକୁ ସମର୍ଥନ କରିବା ପାଇଁ ବ୍ୟବହାର କରେ ।” ଆମେରିକାର ବୈଦେଶିକ ବିଭାଗ ବୁଧବାର ଦିନ ଇରାନ ସହିତ ବ୍ୟବସାୟ କରୁଥିବା ୨୦ ଟି କମ୍ପାନିକୁ ବ୍ୟାନ୍ କରିଛି, ଯେଉଁଥିରେ ଛଅଟି ଭାରତୀୟ କମ୍ପାନି ମଧ୍ୟ ସାମିଲ ଅଛି ।
ଭାରତର ୬ଟି କମ୍ପାନୀକୁ ବ୍ୟାନ କଲା ଆମେରିକା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











