The Ultimate Managed Hosting Platform
ADVERTISEMENT

ଭାରତ ୱାର୍ଲଡ୍ କପ୍ ଜିତିଲେ ନ୍ୟୁଡ୍ ହେବେ ବୋଲି କହିଥିଲେ ଅଭିନେତ୍ରୀ ପୁନମ୍ , ଜାଣନ୍ତୁ କାହିଁକ…

Facebook
Twitter
LinkedIn

ନୂଆଦିଲ୍ଲୀ : କଙ୍ଗନା ରଣାୱତ୍ ରିଆଲିଟି ଶୋ ‘ଲକ୍ଅପ୍’ରେ ଭାଗ ନେବାକୁ ଯାଉଛନ୍ତି ପୁନମ୍ । ପୁନମ୍ ତାଙ୍କ ବୋଲ୍ଡନେସ୍ ସହ ବୋଲ୍ଡ ଇମେଜ୍ ପାଇଁ ସେ ଖୁବ୍ ଜଣାଶୁଣା । ‘ଲକ୍ଅପ୍’ ଏହି ଶୋ’ର ହୋଷ୍ଟ ହେଉଛନ୍ତି କଙ୍ଗନା ରଣାୱତ୍ । ଏକତା କପୁରଙ୍କ ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା। ବିବାଦ କଥା କହିବାକୁ ଗଲେ ବିବାଦ ସହିତ ପୁନମ୍‌ଙ୍କର ବିବାଦ ସହ ଘନିଷ୍ଠ ସମ୍ପର୍କ ରହିଛି ।
ପ୍ରଥମେ ସାମ ବମ୍ବେଙ୍କୁ ବିବାହ କରିବା, ପରେ ମାର-ପିଟ୍ ହେବା ସହ ଅଲଗା ହେବା ନେଇ ଚର୍ଚ୍ଚାକୁ ଆସିଥିଲେ । କିନ୍ତୁ ସବୁଠାରୁ ବଡ କଥା ହେଲା ୨୦୧୧ରେ ୱାର୍ଲଡକପ ସମୟରେ ପୁନମ ପାଣ୍ଡେଙ୍କ ନାମ ମଧ୍ୟ ଖୁବ୍ ଚର୍ଚ୍ଚାକୁ ଆସିଥିଲା । କାହିଁକି ନା ସେତେବେଳେ ସେ ବିବାଦୀୟ ବୟାନ ଦେଇ କହିଥିଲେ କି ଯଦି ଭାରତ ବିଶ୍ୱକପ ଜିତେ ତେବେ ସେ ଉଲଗ୍ନ ହେବେ । ଏହାକୁ ନେଇ ବର୍ତ୍ତମାନ ସାକ୍ଷାତକାରରେ ଖୁଲାସା କରିଛନ୍ତି।


ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଜୀବନ ସହିତ ଜଡିତ ଅନେକ ଜିନିଷକୁ ପ୍ରକାଶ କରିଛନ୍ତି। ପୁନମ୍ କହିଛନ୍ତି କି- ଲୋକମାନେ ତାଙ୍କୁ ଜଣେ ସେଲିବ୍ରିଟି ଭାବରେ ଜାଣନ୍ତି। ଯିଏ ସୋସିଆଲ୍ ମିଡିଆରେ ଫଟୋ ପୋଷ୍ଟ ସହ ଭିଡିଓ ମଧ୍ୟ ପୋଷ୍ଟ କରନ୍ତି । ହେଲେ ଅନ୍ୟ କେତେକ ଲୋକମାନେ ଅଭିନେତ୍ରୀ ଭାବରେ ଜାଣନ୍ତି ଯିଏ ବିବାଦରେ ରୁହନ୍ତି ।
କିନ୍ତୁ ପୁନମ୍ ଏହା ମଧ୍ୟ କହିଛନ୍ତି ଯେ ୨୦୧୧ରେ ସେ ବିଶ୍ୱକପ ସମୟରେ ସମସ୍ତ ପୋଷାକ କାଢିବା ନେଇ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। କହିଥିଲେ କି- ମୁଁ ଏହାକୁ ପବ୍ଲିସିଟି ପାଇଁ କହିଥିଲି। ମୁଁ ସେତେବେଳେ ଅର୍ଥାତ୍ ୨୦୧୧ରେ ଅଭିନେତ୍ରୀ ନଥିଲି। ଛୋଟ ମଡେଲ୍ ହିସାବରେ ଥିଲି । ସେତେବେଳେ ମୋତେ ୧୮ ବର୍ଷ ହୋଇଥିଲା। ବଡ ପ୍ଲାଟଫର୍ମ ଚାହୁଁଥିଲି ଯାହା ମୋତେ ମିଳୁନଥିଲା । ଏସବୁକୁ ଧ୍ୟାନ ପାଇବା ପାଇଁ ମୁଁ ଏହି ସବୁ କରିଥିଲି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login