ମୁମ୍ବାଇ : ବିଶ୍ୱକପ ସେମି ସଂଘର୍ଷ । ଆଜି ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ମୈଦାନରେ ଜୋରଦାର ହେବ ଫାଇଟ । ଟସ ଉପରେ ରହିବ ସମସ୍ତଙ୍କ ନଜର । ଭାରତ ନା ନ୍ୟୁଜିଲାଣ୍ଡ ? କାହାକୁ ମିଳିବ ଫାଇନାଲ ଟିକେଟ । ଆଜି ବିଶ୍ବକପର ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ । ମୁମ୍ବାଇର ୱାଙ୍ଖଡେରେ ୱିଲିୟମସନ ବାହିନୀକୁ ଚିତ୍ କରିବାକୁ ରୋହିତ ଆଣ୍ଡ କୋର ସ୍ବତନ୍ତ୍ର ଷ୍ଟ୍ରାଟେଜି । ନକ ଆଉଟରେ ଚକମା ଦେବାରେ ମାହିର୍ ବ୍ଲାକ୍ କ୍ୟାପ୍ । ତେଣୁ ୨୦୧୯ର ବଦଲା ନେବାକୁ ଅଣ୍ଟା ଭିଡିଛି ଟିମ୍ ଇଣ୍ଡିଆ ।
ଆସନ୍ତା ରବିବାର ଫାଇନାଲ୍ ଫାଇଟ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଟାଇଟଲ ଲଢେଇ । ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଲଢେଇ ଭାରତ ପାଇଁ ଅଗ୍ନୀ ପରୀକ୍ଷା । .
Views: 79