The Ultimate Managed Hosting Platform
ADVERTISEMENT

ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ବାଂଲାଦେଶ ୨୩୧ରେ ଅଲଆଉଟ୍‌

Facebook
Twitter
LinkedIn

ପ୍ରଥମ ଇନିଂସରେ ୩୧୪ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଏହାପରେ ବାଂଲାଦେଶ ଆରମ୍ଭ କରିଥିଲା ଦ୍ୱିତୀୟ ଇନିଂସ । ପ୍ରଥମ ଇନିଂସରେ ବାଂଲାଦେଶ ୨୨୭ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୩୧ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ତେବେ ଭାରତକୁ ଦ୍ୱିତୀୟ ଟେଷ୍ଟ ଜିତିବାକୁ ଆଉ ମାତ୍ର ୧୪୫ ରନ୍‌ ଦରକାର ।

ବାଂଲାଦେଶ ତରଫରୁ ଜାକିର ହସନ ୫୧ ରନ୍‌ ଏବଂ ଲିଟନ ଦାସ ୭୩ ରନ୍‌ କରି ବାଂଲାଦେଶର ସ୍ଥିତି ମଜବୁତ କରିଥିଲେ । ନୁରୁଲ ହସନ ୩୧ ରନ୍‌, ତସ୍କିନ ଅହମଦ ୩୧ ରନ୍‌ କରି ଅପରାଜିତ ରହିଛନ୍ତି। ଏମାନଙ୍କ ଛଡା ଆଉ କୌଣସି ଖେଳାଳି ୨୦ ରନ୍‌ ମଧ୍ୟ ଅତିକ୍ରମ କରିପାରିନଥିଲେ ।

ତେବେ ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି, ଅଶ୍ୱିନ ଏବଂ ସିରାଜ ୨ଟି, ଉମେଶ ଯାଦବ ଏବଂ ଜୟଦେବ ୧ଟି ଲେଖାଏଁ ଓ୍ଵିକେଟ ନେଇଛନ୍ତି ।

ଭାରତ ପ୍ରଥମ ଇନିଂସରେ ପନ୍ତ ୯୩ ଓ ଆୟର ୮୭ ରନ କରି ୩୧୪ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ଇନିଂସରେ ବାଂଲାଦେଶ ଠାରୁ ୮୭ ରନର ଅଗ୍ରଣୀ ହାସଲ କରି ନେଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login