May 13, 2024 3:14 pm

The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ଭାରତ-ଆଫଗାନିସ୍ତାନ ଟି-ଟ୍ୱେଣ୍ଟି; ଖେଳିବେ ନାହିଁ କୋହଲି

Facebook
Twitter
LinkedIn

ନୂଆଦିଲ୍ଲୀ : ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ । ମୋହାଲିରେ ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ । ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଭାରତ । କୋହଲି, ସୂର୍ଯ୍ୟକୁମାର ଓ ପାଣ୍ଡ୍ୟାଙ୍କ ବିନା ମଇଦାନକୁ ଓହ୍ଲାଇବ ଟିମ୍ । ଆହତ ଯୋଗୁଁ ଆଫଗାନିସ୍ତାନ ପକ୍ଷରୁ ଖେଳିବେନି ରସିଦ ଖାନ ।
ଥମ ଟି-୨୦ ଅନୁଷ୍ଠିତ ହେବାକୁ ଥିବାବେଳେ କୋହଲି ଖେଳିବେ ନାହିଁ । ଜାନୁଆରୀ ୧୧ ତାରିଖରେ କୋହଲିଙ୍କ ଝିଅ ଭାମିକାଙ୍କ ଜନ୍ମଦିନ । ଏହି କାରଣରୁ ସେ ଖେଳିବେ ନାହିଁ ବୋଲି ଅନୁମାନ କରାଯାଉଛି । ତେବେ ସେ ଯାହାବି ହେଉ ବ୍ୟକ୍ତିଗତ କାରଣୁ ପ୍ରଥମ ଟି-୨୦ରୁ ନିଜର ନାମକୁ ପ୍ରତ୍ୟାହାର କରିଛନ୍ତି କୋହଲି । ମାତ୍ର ବାକି ଦୁଇ ମ୍ୟାଚ ଖେଳିବେ । ଜାନୁଆରୀ ୧୪ ଏବଂ ୧୭ରେ ଦ୍ବିତୀୟ ଏବଂ ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ଦଳକୁ ଫେରିବେ କୋହଲି । ଦୀର୍ଘ ୧୪ ମାସ ପରେ କୋହଲି ଟି-୨୦ ଦଳକୁ ଫେରିଛନ୍ତି । ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ଖେଳୁଥିବା କୋହଲି ଟି-୨୦ ଦଳକୁ ଫେରୁଥିବାବେଳେ ଆଗକୁ ଆସୁଥିବା ଟି-୨୦ ବିଶ୍ବକପରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ଆମେରିକାରେ ବି ଏମଡିଏଚ ମସଲାରେ ପ୍ରତିବନ୍ଧକ

ଆମେରିକାରେ ବି ଏମଡିଏଚ ମସଲାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଚିନ୍ତା ବଢାଉଛନ୍ତି ମସଲା କମ୍ପାନି। ହଂକଙ୍କ୍ ଓ ସିଙ୍ଗାପୁର ପରେ ଏବେ ଆମେରିକାରେ ମଧ୍ୟ ଏମଡିଏଚ୍ ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଭରେଷ୍ଟ୍ ପରେ ଏବେ...

ADVERTISEMENT
କୋର୍ଟରେ ହାଜର ହେଲେନି ଅନୁଭବ ମହାନ୍ତି

ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି, ହାଜର ନ ହେବାରୁ ଏନବିଡବ୍ଲ୍ୟୁ ଜାରି

କଟକ : ଗିରଫ ହୋଇ ପାରନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ବିରୋଧରେ ଜାରି ହେଲା ଏନବିଡବ୍ଲ୍ୟୁ । କଟକ ଜେଏମଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲ୍ୟୁ...

ମାଙ୍କଡ ହାତରେ ଶାଳଗ୍ରାମ, ୨୫ ବର୍ଷ ଶାସନ କାଳରେ ଓଡିଶା ଆଜି ପଛରେ

ମାଙ୍କଡ ହାତରେ ଶାଳଗ୍ରାମ, ୨୫ ବର୍ଷ ଶାସନ କାଳରେ ଓଡିଶା ଆଜି ପଛରେ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । ରାଜ୍ୟରେ ଅଭୁତପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି କହିଲେ ଧର୍ମେନ୍ଦ୍ର । ଓଡିଶାକୁ ୧ ନଂ...

Login