ନୂଆଦିଲ୍ଲୀ : ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ । ମୋହାଲିରେ ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ । ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଭାରତ । କୋହଲି, ସୂର୍ଯ୍ୟକୁମାର ଓ ପାଣ୍ଡ୍ୟାଙ୍କ ବିନା ମଇଦାନକୁ ଓହ୍ଲାଇବ ଟିମ୍ । ଆହତ ଯୋଗୁଁ ଆଫଗାନିସ୍ତାନ ପକ୍ଷରୁ ଖେଳିବେନି ରସିଦ ଖାନ ।
ଥମ ଟି-୨୦ ଅନୁଷ୍ଠିତ ହେବାକୁ ଥିବାବେଳେ କୋହଲି ଖେଳିବେ ନାହିଁ । ଜାନୁଆରୀ ୧୧ ତାରିଖରେ କୋହଲିଙ୍କ ଝିଅ ଭାମିକାଙ୍କ ଜନ୍ମଦିନ । ଏହି କାରଣରୁ ସେ ଖେଳିବେ ନାହିଁ ବୋଲି ଅନୁମାନ କରାଯାଉଛି । ତେବେ ସେ ଯାହାବି ହେଉ ବ୍ୟକ୍ତିଗତ କାରଣୁ ପ୍ରଥମ ଟି-୨୦ରୁ ନିଜର ନାମକୁ ପ୍ରତ୍ୟାହାର କରିଛନ୍ତି କୋହଲି । ମାତ୍ର ବାକି ଦୁଇ ମ୍ୟାଚ ଖେଳିବେ । ଜାନୁଆରୀ ୧୪ ଏବଂ ୧୭ରେ ଦ୍ବିତୀୟ ଏବଂ ତୃତୀୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚରେ ଦଳକୁ ଫେରିବେ କୋହଲି । ଦୀର୍ଘ ୧୪ ମାସ ପରେ କୋହଲି ଟି-୨୦ ଦଳକୁ ଫେରିଛନ୍ତି । ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ଖେଳୁଥିବା କୋହଲି ଟି-୨୦ ଦଳକୁ ଫେରୁଥିବାବେଳେ ଆଗକୁ ଆସୁଥିବା ଟି-୨୦ ବିଶ୍ବକପରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
ଭାରତ-ଆଫଗାନିସ୍ତାନ ଟି-ଟ୍ୱେଣ୍ଟି; ଖେଳିବେ ନାହିଁ କୋହଲି

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...