The Ultimate Managed Hosting Platform
ADVERTISEMENT

ଭାବବିହ୍ୱଳ ହେଲେ ୟୁକ୍ରେନ୍ ରାଷ୍ଟ୍ରପତି । ଲଢ଼େଇରେ ଆମକୁ ସମସ୍ତେ ଏକା କରିଦେଲେ

Facebook
Twitter
LinkedIn

ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଥିବା ୟୁକ୍ରେନ ଏବେ ନିଜର ଅସହାୟତା ପ୍ରକାଶ କରିଛି। ରୁଷ ଆକ୍ରମଣ କଲେ ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନକୁ ସହଯୋଗ କରିବେ ବୋଲି କିଭ୍‌ ଆଶା ରଖିଥିଲା। ହେଲେ କେହି ବି ୟୁକ୍ରେନକୁ ସହଯୋଗ କରୁ ନଥିବାରୁ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ନିଜକୁ ଏକୁଟିଆ ଅନୁଭବ କରିବା ଆରମ୍ଭ କରିଛନ୍ତି।

ସମସ୍ତେ ୟୁକ୍ରେନକୁ ଏକାକୀ ଲଢ଼ିବାକୁ ଛାଡ଼ି ଦେଇଥିବା ସେ ବେଶ କ୍ଷୋଭର ସହ କହିଛନ୍ତି। ରୁଷ ଆକ୍ରମଣର ପ୍ରଥମ ଦିନରେ ୟୁକ୍ରେନ ୧୩୭ ଜଣଙ୍କୁ ହରାଇଛି। ବର୍ତ୍ତମାନ ମସ୍କୋ କରୁଥିବା ହମଲାର ଜବାବ ଦେବାକୁ ହେବ ବୋଲି ମଧ୍ୟ ସେ ପରୋକ୍ଷରେ ଦେଶବାସୀଙ୍କୁ ଜଣାଇଛନ୍ତି।

ମଧ୍ୟରାତ୍ରରେ ଦେଶକୁ ସମ୍ବୋଧନ କରି ଜେନେଲସ୍କି କହିଛନ୍ତି, “ଆମ ଦେଶର ସୁରକ୍ଷା ଆମକୁ କରିବା ପାଇଁ ସମସ୍ତେ ଏକା ଛାଡ଼ି ଦେଇଛନ୍ତି। ଆମ ସହିତ କିଏ ମିଶି କି ଲଢ଼ିବ? ମୁଁ କାହାକୁ ବି ଦେଖିପାରୁନି। ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବ ବୋଲି କିଏ ଗ୍ୟାରେଣ୍ଟୀ ଦେବ? ସମସ୍ତେ ଏବେ ଡରିବାରେ ଲାଗିଛନ୍ତି। ଏଥିପାଇଁ ସେମାନେ ଆମକୁ ଏକା ଛାଡ଼ି ଦେଇଛନ୍ତି। ଷର ପ୍ରଥମ ଟାର୍ଗେଟରେ ଜେନେଲସ୍କି ଥିଲେ ମଧ୍ୟ ସେ ଆଦୌ ଭୟଭୀତ ନାହାନ୍ତି। ଏଥିସହ ସେ ଓ ତାଙ୍କ ପରିବାର ସଦସ୍ୟ ୟୁକ୍ରେନରେ ହିଁ ଅଛନ୍ତି ବୋଲି ଜେନେଲସ୍କି ଭିଡିଓ ବାର୍ତ୍ତାରେ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login