The Ultimate Managed Hosting Platform
ADVERTISEMENT

ଭସାଣୀକୁ କେନ୍ଦ୍ରକରି ଯୁବକଙ୍କୁ ଗାଁ ଦାଣ୍ଡରେ ଆକ୍ରମଣ

Facebook
Twitter
LinkedIn

ଆସିକା : ଗାଁ ଦାଣ୍ଡରେ ସଂଘବଦ୍ଧ ଭାବେ ଯୁବକଙ୍କୁ ହାଣି ଦେଲେ ଦୁର୍ବୁତ୍ତ । ଶେରଗଡ ଥାନା ଗୋଠ ଗାଁରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ଗଣେଶ ପୂଜା ଭସାଣି ଚାଲିଥିବା ବେଳେ ବଚସାରୁ ହତ୍ୟା । ମୃତ ଯୁବକ ପି.ଜଗନ୍ନାଥପୁର ଗାଁର ଚନ୍ଦନ ବିଷୋୟୀ । ସେ କଙ୍କରଡ଼ା ଗାଁରେ ମାମୁଁ ଘରେ ରହୁଥିଲେ। ଗତକାଲି ଗୋଠଗାଁରେ ଗଣେଶ ଭସାଣି ଥିବା ବେଳେ ବିଳମ୍ବିତ ରାତିରେ ଚନ୍ଦନ କିଛି ଯୁବକ ସହ ଗୋଠଗାଁ ସରପଞ୍ଚ କୃଷ୍ଣ ସୁଆଁସିଆଙ୍କ ଘର ସମ୍ମୁଖରେ ପାଟି ତୁଣ୍ଡ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା ପରେ ରୂପ ନେଇଥିଲେ ।
ଚନ୍ଦନଙ୍କୁ ଛୁରାରେ ଆକ୍ରମଣ କରିବା ସହ ଲୁହାରଡ଼ରେ ପିଠି ପିଟି ହତ୍ୟା କରାଯାଇଛି । ଘଟଣାସ୍ଥଳରେ ମୃତଦେହକୁ ଜବତ କରି ହିଞ୍ଜିଳି ମେଡିକାଲ ସ୍ଥାନାନ୍ତର କରିବା ସହ ତଦନ୍ତ କରୁଛି ପୋଲିସ । ଗତକାଲି ଡେଙ୍ଗାପଦର ଗାଁରେ ହରେକୃଷ୍ଣ ପାଣିଗ୍ରାହୀ ନାମକ ଯୁବକଙ୍କୁ ତାଙ୍କ ପଡ଼ୋଶୀ ପିଟି ପିଟି ହତ୍ୟା କରିଥିଲା । ୨୪ ଘଣ୍ଟାରେ ଦୁଇ ଦୁଇଟି ହତ୍ୟାକାଣ୍ଡ ହିଞ୍ଜିଳିକାଟୁରେ ଚାଞ୍ଚଲ୍ୟ ଖେଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login