ଭବାନୀପାଟଣା : ଆଜି ୧୨ ଗଣ୍ଟିଆ ଭବାନୀପାଟଣା ବନ୍ଦ । ଧାନ କଟନୀ ଛଟନୀ ଓ ଧାନ କିଣା ଅବ୍ୟବସ୍ଥା ନେଇ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ଏହି ବନ୍ଦ ଡାକରା ଦେଇଛନ୍ତି । ସକାଳୁ ଭବାନୀପାଟଣା ଓ କେସିଙ୍ଗାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ଫସଲ ନଷ୍ଟ, ମଣ୍ଡିରେ ଅବ୍ୟସ୍ଥା ଓ କଟନିଛଟନିକୁ ନେଇ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଣ୍ଡିରେ ଖୁଲମଖୁଲା ଚାଷୀଙ୍କୁ ୭କେଜି ଧାନ କାଟି ଲୁଟ ଚାଲିଛି । ବସ୍ତା, ଶୁତୁଳି ନାରେ ବି ଲୁଟର ଶିକାର ହେଉଛନ୍ତି ଚାଷୀ । ସବୁ ମଣ୍ଡି ଠିକ ଭାବରେ ଖୋଲି ନାହିଁ । ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ସାଗର ଦାସ । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।
Views: 38