The Ultimate Managed Hosting Platform
ADVERTISEMENT

ଭଦ୍ରକ ଆରଏମସି ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ

Facebook
Twitter
LinkedIn

ଭଦ୍ରକ: ଭଦ୍ରକ ଆରଏମସି ମାର୍କେଟ କଂପ୍ଲେକ୍ସରେ ଅଗ୍ନିକାଣ୍ଡ ହୋଇଛି । ଦୁଇଟି ଗୋଦାମରେ ଲାଗିଛି ନିଆଁ । ନିଆଁ ଲିଭା କାର୍ୟ୍ୟରେ ଲାଗିଛି ଭଦ୍ରକ ଅଗ୍ନିଶମ ବାହିନୀର ୩ଟି ଦମକଳ । ଆଜି ସକାଳୁ ହଠାତ ଆରଏମସି ମାର୍କେଟରେ ଥିବା ଗୋଟିଏ ବଡ଼ କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା । ଆରଏମସି କର୍ତ୍ତୃପକ୍ଷ ତୁରନ୍ତ ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଜଣାଇବା ସହ ଭଦ୍ରକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର ୩ଟି ଦମକଳ ଘଟଣା ସ୍ଥଳରେ ପହଁଞ୍ଚି ନିଆଁ ଲିଭା କାର୍ୟ୍ୟ କରୁଛନ୍ତି । କମ୍ପେକ୍ସରେ ଥିବା ଗୋଟିଏ ଚେୟାର ଗୁଡ଼ ଡାଉନ ଏବଂ ଗୋଟିଏ ଫାଷ୍ଟ ଫୁଡ ଗୁଡ଼ ଡାଉନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ଜଳି ଯାଇଛି । ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ପାଇଁ ପହଁଚିଲେ ଗୈାତମ ଆଦାନୀ

ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ପାଇଁ ପହଁଚିଲେ ଗୈାତମ ଆଦାନୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ସେ ପୁରୀ ବାହାରିଛନ୍ତି । ମହାକୁମ୍ଭ...

Login