The Ultimate Managed Hosting Platform
ADVERTISEMENT

ଭଡା ଘରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର

Facebook
Twitter
LinkedIn

ଗୋପାଳପୁର : ଗୋପାଳପୁର ଅଞ୍ଚଳରେ ଜଣେ କଂଗ୍ରେସ ନେତା ତଥା ସାମ୍ବାଦିକ ଜଗନ୍ନାଥ ନାୟକଙ୍କୁ ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୋରଡ଼ା ନିର୍ବାଚନ ମଣ୍ଡଳୀ ଖଇର ପୁଟ ଗ୍ରାମର ଯୁବ କଂଗ୍ରେସ ସଭାପତି ତଥା ବେଲଗୁଣ୍ଠା ବ୍ଲକ ସାମ୍ବାଦିକ ଜଗନ୍ନାଥ ନାୟକ ଗତ କିଛି ଦିନ ଧରି ଗୋପାଳପୁର ଏନ୍ଏସି ଅଫିସ୍ ରୋଡ଼ରେ ଫୁଡ୍ କୋର୍ଟ ନାମରେ ଏକ ଫାଷ୍ଟଫୁଡ୍ ଦୋକାନ ଖୋଲି ସେଠାରେ ଏକ ଘର ଭଡ଼ାକରି ରହୁଥିଲେ । ତେବେ ଗତ ୪ ଦିନ ଧରି ସେ ଦୋକାନ ଖୋଲିନଥୁବା ଏବଂ ଘର ଲୋକଙ୍କ ସହ ମଧ୍ୟ ଯୋଗାଯୋଗ କରିନଥିଲେ । ଏହାପରେ ପରିବାର ଲୋକେ ଗୋପାଳପୁରରେ ପହଞ୍ଚି ଜଗନ୍ନାଥଙ୍କୁ ଖୋଜାଖୋଜି କଲେ । ପରେ ତାଙ୍କ ସାନ ଭାଇ ପୂର୍ଣ୍ଣଚନ୍ଦ୍ର ନାୟକ ରବିବାର ବହୁ ଖୋଜାଖୋଜି କରି ତାଙ୍କ ଭଡ଼ାଘର ରେଓ ସାହିରେ ପହଞ୍ଚôଲା ବେଳକୁ ଘର ବାହାର ପଟୁ ତାଲା ପଡିଥିବା ଏବଂ ଭିତରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ, ମାଜିଷ୍ଟ୍ରେଟ୍ ତଥା କନିଷି ଅତିରିକ୍ତ ତହସିଲଦାର ସୌମେଶ୍ ରଣବୀଜବରଙ୍କ ଉପସ୍ଥିତିରେ ତାଲା ଭାଙ୍ଗି ଦେଖୁଲା ବେଳକୁ ତାଙ୍କ ଭାଇଙ୍କ ରକ୍ତାକ୍ତ ଶବ ପଡିଥିବା ନିକଟରେ ବଡ଼ ପଥର, ଠେଙ୍ଗା, ଲୁହାରଡ଼ ପଡିଥିବା ସହ ତାଙ୍କ ଶବକୁ ଘୋଡ଼ାଯାଇଥିବା ଦେଖୁବାକୁ ମିଳିଥିଲା । ଅନ୍ୟପକ୍ଷରେ ସେ ପିନ୍ଧିଥୁବା ସୁନା ମୁଦି ଓ ଚେନ୍ ନ ଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିବା ସହ ପୋଲିସରେ ଏକ ଏଫ୍ଆଇଆର୍ ଦାଖଲ କରିଥିଲେ । ପୋଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଚଳାଇଥିବା ପ୍ରକାଶ । ତାଙ୍କ ମୃତ୍ୟୁରେ ସୋରଡ଼ା, ଖଇରପୁଟ, ବେଲଗୁଣ୍ଠା ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଥିବା ବେଳେ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏଠି ଗୋଟିଏ କଥା ସାଧାରଣରେ ଚର୍ଚ୍ଚା ଅପରାଧି ଅପରାଧ ଘଟାଇବା ପୂର୍ବରୁ ପୋଲିସ ପ୍ରତି କାହିଁକି ରହୁନାହିଁ ଭୟ । କେମିତି ଘଟାଉଛି ନିର୍ଭୟରେ ଅପରାଧ ଏହି ପରି ନାନାଦି ପ୍ରକାର ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ଦେଖିବାକୁ ବାକି ରହିଲା ଏହିସବୁ ଘଟଣାର କେବେ ହେବ ଅନ୍ତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login