The Ultimate Managed Hosting Platform
ADVERTISEMENT

ଭଙ୍ଗାଗଲା ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର

Facebook
Twitter
LinkedIn

ଜଗତସିଂହପୁର : ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ । ସଦର ଥାନା ବେହେରାମପୁର ବସ୍ତିରେ ଘର ଉପରେ ବୁଲିଲା ବୁଲଡୋଜର । ମାଜିଷ୍ଟ୍ରେଟ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର । ମାମଲାକୁ ଗୁରୁତର ସହ ନେଇଛୁ , ସବୁ ଦିଗରୁ ତଦନ୍ତ ଚାଲିଛି କହିଲେ ଜିଲ୍ଲାପାଳ । କେମିତି ଆସିଲେ , କଣ ଲିଙ୍କ ଅଛି, କିଏ ଆଣି ରଖିଲା ତଦନ୍ତ କରୁଛୁ । ଯିଏ ବି ଦୋଷୀ ସାବ୍ୟସ୍ତ ହେବ ପର କ୍ଷେପ ନେବୁ କହିଲେ ଜିଲ୍ଲାପାଳ । ଏଠାରେ ଉଲ୍ଲେଖଯୋଗ୍ୟ, ବାଂଲାଦେଶୀ ରହୁଥିବା ଅଭିଯୋଗରେ ଗତକାଲି ଦୁଇ ଜଣ ମହିଳାଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ନିଜକୁ ପଶ୍ଚିମବଙ୍ଗର ଅଧିବାସୀ ବୋଲି ପରିଚୟ ଦେଉଥିବା ବେଳେ କୌଣସି ପରିଚୟପତ୍ର ଦେଖାଇ ପାରୁ ନ ଥିଲେ। ସେହିପରି ଘର ମାଲିକ ସିକନ୍ଦର ଆଲମ୍ ସମେତ ୧୦ରୁ ଅଧିକ ପୁରୁଷ ଓ ମହିଳା ଫେରାର ହୋଇ ଯାଇଛନ୍ତି। ଚଢ଼ଉ ବେଳେ ଆକ୍ରମଣରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଛନ୍ତି। ଘରୁ ବନ୍ଧୁକ ଓ ବିପୁଳ ଖଣ୍ଡା, କଟୁରି ଜବତ କରାଯାଇଛି। ଘଟଣାକୁ ନେଇ ଉତ୍ତେଜନା ଦେଖା ଦେବାରୁ ଅଧିକ ପୁଲିସ ମୁତୟନ ହୋଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login