ଭୁବନେଶ୍ୱର : ପିସିସି ସଭାପତି ଭକ୍ତ ଦାସଙ୍କୁ କଟାକ୍ଷ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ହାରିବାର ଅନେକ କାରଣ ବାହାରେ, ଜିତିବାର କାରଣ କେବଳ ଜୟ । ନିଜ ଦୁର୍ବଳତାକୁ ଲୁଚାଇବାକୁ ଅନେକ କଥା କୁହନ୍ତି ରାଜନୈତିକ ଦଳ । ନିଜ ପରାଜୟ ସ୍ୱୀକାର କଲେ ଭଲ ହୁଅନ୍ତା । ସୂଚନାଯୋଗ୍ୟ, କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କହିଛନ୍ତି, ସବୁ ଦଳରେ ବିଭୀଷଣ ଅଛନ୍ତି। ଆଉ ଆମ ଦଳ କଂଗ୍ରେସରେ ବି ବିଭୀଷଣ ଅଛନ୍ତି। ଯେଉଁମାନଙ୍କ ପାଇଁ ଦଳକୁ ଆଶାନୁରୂପ ସଫଳତା ମିଳିଲାନି। ଏହି କାରଣରୁ ବିଭୀଷଣମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ। ଭକ୍ତ ଦାସ ଆହୁରି କହିଛନ୍ତି, କଂଗ୍ରେସ ଦ୍ବିତୀୟ ସ୍ଥାନରେ ଅଛି, ତଥାପି ଆତ୍ମ ସମୀକ୍ଷା କରିବୁ।
Views: 50











