The Ultimate Managed Hosting Platform
ADVERTISEMENT

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ

Facebook
Twitter
LinkedIn

ଭୁବନେଶ୍ୱର : ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡିଲେ ମହମ୍ମଦ ମୋକିମ । ପିସିସି ସଭାପତି ଭକ୍ତଦାସଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ । ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ରେ ମିଳିଛି ନେତୃତ୍ୱ । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମ ଠାରୁ ପୂରା ଅଲଗା । ଜୟ ପ୍ରକାଶଙ୍କ ଆନେ୍ଦାଳନ ବେଳେ ସେ ଗାନ୍ଧି ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ କୋଶଳ ଆନେ୍ଦାଳନକୁ ସମର୍ଥନ କରିବା ଚିନ୍ତାଜନକ । ନୂଆପଡା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ୱରେ ୮୩ ହଜାର ଭୋଟରେ ହାରିଛି । ନୂଆପଡା ତାଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନିରାଶାଜନକ । ନିଜ ସଂସଦୀୟ କ୍ଷେତ୍ର ବିଶ୍ୱାସ କରୁନି , କର୍ମୀ ବିଶ୍ୱାସ ନକରିବା ସ୍ୱଭାବିକ । ସେ ଓଡିଶାରେ କଂଗ୍ରେସକୁ ନେତୃତ୍ୱ ଦେବା ଅସମ୍ଭବ ବ୍ୟାପାର । ଅନ୍ୟପଟେ ପୂର୍ବ ପସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ଉଠାଇଲେ ପ୍ରଶ୍ନ । ଲଗାତାର ୬ ଥର ଲୋକସଭା ନିର୍ବାଚନ ହାରିବା ସତ୍ତ୍ୱେ ୨୦୨୩ରେ ନେତୃତ୍ୱ ନେଲେ । ଶରତଙ୍କ ନେତୃତ୍ୱରେ ୨୦୨୪ରେ କଂଗ୍ରେସ ସର୍ବନିମ୍ନ ୧୩ ପ୍ରତିଶତ ଭୋଟ ପାଇଲା । ନିଜେ ଶରତ ପଟ୍ଟନାୟକ ନିର୍ବାଚନରେ ଅମାନତ ହରାଇଲେ । ଆଜିକା ଦିନରେ କଂଗ୍ରେସକୁ ପୁନର୍ଜୀବନ ଦରକାର । ପାରଦର୍ଶିତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ୱ ଦରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login